ବିଶ୍ୱ ଦରବାରରେ ଓଡ଼ିଶାକୁ ଚମକାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଋଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬ ବିଜେତା ହେଲେ

ପୁରୀ/ଭୁବନେଶ୍ୱର, ୧୨/୦୬: ଓଡ଼ିଶାର ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁଣି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଋଷିଆରେ ଅନୁଷ୍ଠିତ ପ୍ରତିଷ୍ଠିତ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬ ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି।

ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ବିଭିନ୍ନ ଦେଶର ପ୍ରଖ୍ୟାତ ବାଲୁକା କଳାକାରଙ୍କୁ ପରାଜିତ କରି ସୁଦର୍ଶନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପୁରସ୍କାର ପାଇବାରେ ସୁଦର୍ଶନ ପ୍ରଥମ ଓଡ଼ିଆ ଓ ପ୍ରଥମ ଭାରତୀୟ।

ପୁରୀର ପୁରୁଷୋତ୍ତମପୁର ଅଞ୍ଚଳର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଗତ ଦୁଇ ଦଶକରୁ ଅଧିକ ସମୟ ଧରି ବାଲୁକା କଳା ମାଧ୍ୟମରେ ଓଡ଼ିଶା ଓ ଭାରତର ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରୁଛନ୍ତି।