ଉପବାଚସ୍ପତିଙ୍କ ଜାଲ ଦସ୍ତଖତ: ବଦଳି ହୋଇଥିବା ସରକାରୀ ଅଧିକାରୀ ଗିରଫ

ଅନ୍ୟ ଜଣଙ୍କୁ ଖୋଜୁଛି କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ୱର, ୧୭/୦୬: ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍‌ ଦସ୍ତଖତ ବ୍ୟବହାର କରି ବଦଳି ଷଡ଼ଯନ୍ତ୍ର। ୨ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ ହେବା ପରେ ଜଣଙ୍କୁ ବାନ୍ଧିଛି ପୋଲିସ। ତଦନ୍ତ ପାଇଁ ୪ ଜଣିଆ ଟିମ୍‌ ଗଠନ କଲା କ୍ୟାପିଟାଲ୍‌ ଥାନା ପୋଲିସ୍‌।

ବାଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଓ ହରିଚନ୍ଦନପୁର ବ୍ଲକର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉପବାଚସ୍ପତି ଭବାନୀଶଙ୍କର ଭୋଇଙ୍କ ଦସ୍ତଖତ ଜାଲ୍ କରି ବଦଳି ହୋଇଥିଲେ। ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ।

ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର ରଚି ସରକାରୀ ପ୍ୟାଡ୍‌ର ଦୁରୁପଯୋଗ, ଜାଲ୍ ଦସ୍ତାବିଜ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।