ୱାର୍ଡମେମ୍ୱରଙ୍କୁ ନିର୍ମମ ହତ୍ୟା

୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଭଦ୍ରକ, ୧୮/୦୬: ଭଦ୍ରକ ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ସରସଦା ପଞ୍ଚାୟତ ୧୩ ନଂ ଓ୍ୱାର୍ଡ ମେମ୍ୱର ଜଗନ ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ପୂର୍ବ ଶତ୍ରୁତାରୁ ଘରକୁ ଫେରିବା ବାଟରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଯାହା ପରେ ଓ୍ୱାର୍ଡ ମେମ୍ୱରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଣ୍ଡାରିପୋଖରୀ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।