ଏସଆଇଆର କାର୍ଯ୍ୟରେ ଅବହେଳା: ୨ ବିଏଲଓ ସସପେଣ୍ଡ

୧୮ ବିଏଲଓଙ୍କ ଦରମା ବନ୍ଦ

ବୌଦ୍ଧ, ୧୮/୦୬: SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ବିଏଲଓ ତଥା ଶିକ୍ଷକ ନିଲମ୍ବିତ। ବୌଦ୍ଧ ଜିଲ୍ଲାର ଗଣ୍ଡିସର ୟୁପି ସ୍କୁଲ୍‌ର ସହକାରୀ ଶିକ୍ଷକ ବିରେନ୍ଦ୍ର ବେହେରା ଓ ଖରଭୂଇଁ ୟୁପି ସ୍କୁଲ୍‌ର ସହକାରୀ ଶିକ୍ଷକ ଶିବ ଚନ୍ଦ୍ର ଗାଆଣଙ୍କୁ ନିଲମ୍ବିତ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ଆକ୍ସନ ନେଇଛନ୍ତି ଜିଲ୍ଲାପାଳ। ବାରମ୍ବାର ନୋଟିସ ସତ୍ତ୍ୱେ ସେମାନେ ଅନୁପସ୍ଥିତ ରହୁଥିଲେ।

କୁଜଙ୍ଗ ତହସିଲଦାର ୧୮ ଜଣ ବିଏଲଓଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖରାପ କାର୍ଯ୍ୟଦକ୍ଷତା ଏବଂ ଏସ୍‌ଆଇଆର୍ କାର୍ଯ୍ୟରେ ବିଳମ୍ବ ହେବାରୁ ଏହି ଆକ୍ସନ ନେଇଛନ୍ତି ତହସିଲଦାର। ସେମାନଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦାଖଲ ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଦରମା ବନ୍ଦ ରହିବ।