ନୂଆଦିଲ୍ଲୀ, ୧୮/୦୬: ଆମେରିକା ଓ ଇରାନ୍ ମଧ୍ୟରେ ଐତିହାସିକ ୧୪-ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ମଧ୍ୟ ବହୁତ କମିଛି। ହର୍ମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତି ଆଶାରେ ବଜାରରେ ଯୋଗାଣ ବୃଦ୍ଧିର ଆଶଙ୍କା ସୃଷ୍ଟି ହୋଇଛି। ବୁଧବାର ବଜାରରେ ବ୍ରେଣ୍ଟ କ୍ରୁଡ୍ ତେଲ ଦର ବ୍ୟାରେଲ୍ ପିଛା ୧.୧୨% ହ୍ରାସ ପାଇ ୭୮.୬୬ ଡଲାର୍ରେ ପହଞ୍ଚିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଚୁକ୍ତି ଫଳରେ ଭୂ-ରାଜନୈତିକ ଉତ୍ତେଜନା କମିବା ସହ ଯୋଗାଣ ଶୃଙ୍ଖଳା ସ୍ୱାଭାବିକ ହେବ। ତେବେ ପୂର୍ଣ୍ଣ ଯୋଗାଣ ପୁନଃସ୍ଥାପନ ପାଇଁ କିଛି ସମୟ ଲାଗିପାରେ ବୋଲି ମଧ୍ୟ ସତର୍କ କରାଯାଇଛି। ବନ୍ଦର ସୁବିଧା, ମାଇନ୍ ଅପସାରଣ ଏବଂ ଉତ୍ପାଦନ ବୃଦ୍ଧି ପାଇଁ କିଛି ସମୟ ଲାଗିବ।
ତେବେ କ୍ରୁଡ ଅଏଲ ଦର କମିବା ଫଳରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ କମିବାର ସମ୍ଭାବନା ରହିଛି।