ଗଭୀର ଖାଇକୁ ଖସିଲା କାର

ଡ୍ରାଇଭର ସମେତ ୭ ଜଣଙ୍କ ପ୍ରାଣହାନୀ

ମଣ୍ଡି, ୧୮/୦୬: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଏକ SUV ଗଭୀର ଘାଟିରେ ଖସିପଡ଼ିବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମସରୁଣ୍ଡ-ହମାଲ ରୁଟର ଛତ୍ରୁଣ୍ଡ ନିକଟରେ ମହିନ୍ଦ୍ରା ବୋଲେରୋର ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଭୀର ଘାଟିରେ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, ଗାଡ଼ିରେ ଥିବା ସମସ୍ତ ସାତ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଡ୍ରାଇଭରଙ୍କ ସହିତ ଛଅ ଜଣ ଯାତ୍ରୀ – ତିନି ଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି।

ଘଟଣା ପରେ ପୋଲିସ କର୍ମଚାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।