କଲ୍ୟାଣ ସିଂହପୁର, ୧୮/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପରିସରରେ ଅଗ୍ନିଶମ ପକ୍ଷରୁ ମକଡ୍ରିଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ବିଜୟୀ କୁମାର ବେହେରାଙ୍କ ନେତୃତ୍ୱରେ ସାଗର ଦାସ, ରମାକାନ୍ତ ସାହୁ, କାଁହୁ ଚରଣ ବେହେରା, କାଳିଆ ରେଡ୍ଡୀ, ପବିତ୍ର ବରାହ ବ୍ଲକକୁ ଆସିଥିବା ମହିଳା ଓ ପୁରୁଷଙ୍କ ଉପସ୍ଥିତରେ, ଉମେଇ ଓ ଗ୍ୟାସରେ ରୋଷେଇ କରିବା ବେଳେ ନିଆଁ ଲାଗିଲେ କିପରି ତାହାକୁ ଲିଭାଇବ, ନଦୀରେ ଭାସି ଗଲେ କିପରି ଟିୟୁ ସାହାଯ୍ୟରେ ଉଦ୍ଧାର କରିବା, ବଡ ବଡ଼ କୋଠାରେ ନିଆଁ ଲାଗିଲେ ତାହା କିପରି ଲିଭାଇବ ଓ ଲୋକଙ୍କୁ କିପରି ଭିତରୁ ବାହାର କରିବା, ଦୁର୍ଘଟଣାରେ ଆହତଙ୍କୁ କିପରି ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବ, ସେ ସମ୍ପର୍କରେ ପଦର୍ଶନୀ ମାଧ୍ୟମରେ ସଚେତନତା କରି ଦେଖାଇଥିଲେ। ଏହା ପରେ ମହିଳା ମାନେ ଏହାର କୌଶଳ ଦେଖାଇଥିଲେ। ଏଥିରେ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Prev Post