ବିଳମ୍ବରେ ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପାଗ ଖରାପ ଯୋଗୁଁ ବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ ସମୟ

ଭୁବନେଶ୍ୱର, ୧୯/୦୬: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ବିଳମ୍ବରେ ପହଞ୍ଚିବେ ରାଷ୍ଟ୍ରପତି। ପାଗ ଖରାପ ଯୋଗୁଁ ବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ ସମୟ। ସନ୍ଧ୍ୟା ୭ଟାରେ ରାଇରଙ୍ଗପୁରରେ ପହଞ୍ଚିପାରନ୍ତି ମହାମହିମ।

ରାଇରଙ୍ଗପୁରକୁ ସଡ଼କ ପଥରେ ଆସିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ କଲେଇକୁଣ୍ଡା ଏୟାରବେସ୍‌ରୁ ସଡ଼କ ପଥରେ ଆସିବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟ ପରିବର୍ତ୍ତନ ଯୋଗୁଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।