ଭୁବନେଶ୍ୱର, ୧୯/୦୬: ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରୋପୁଟ, ମାଲକାନଗିରି, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ତେଣୁ ଏହି ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଆଜି ମଧ୍ୟ କଟକ ଓ ଭୁବନେଶ୍ଵରରେ ବର୍ଷା ସାଙ୍ଗକୁ ପବନ ହୋଇଛି। ପ୍ରବଳ ଗୁଳୁଗୁଳିରୁ କଟକ ଓ ରାଜଧାନୀବାସୀଙ୍କୁ ମିଳିଛି ଆଶ୍ଵସ୍ତି। ପ୍ରବଳ ବର୍ଷା ହେବା ଫଳରେ କଟକ ସହରର ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇ କୃତ୍ରିମ ବନ୍ୟା ସୃଷ୍ଟି ଦେଖାଦେଇଛି।