ରାଇରଙ୍ଗପୁର, ୧୯/୦୬: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରତିକୂଳ ପାଗ ଯୋଗୁଁ ସଡ଼କ ପଥରେ ଆସିଛନ୍ତି।
ପଶ୍ଚିମବଙ୍ଗ କଲାଇକୁଣ୍ଡା ଏୟାରବେସ୍ରୁ ରାଇରଙ୍ଗପୁର ସଡ଼କ ପଥରେ ଆସିଛନ୍ତି। ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟ ପରିବର୍ତ୍ତନ ଯୋଗୁଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ରାଷ୍ଟ୍ରପତିଙ୍କ କାରକେଡ୍ ରାଇରଙ୍ଗପୁରର ହଲିଡେ’ ହୋମ୍ରେ ପହଞ୍ଚିଛି। ହଲିଡେ’ ହୋମ୍ରେ କିଛି ସମୟ ବିଶ୍ରାମ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଉପଖଣ୍ଡ ଚିକିତ୍ସାଳୟ ଯିବେ।