ପୋଲିସ ଗୁଳିରେ ଆହତ ୨ ହତ୍ୟାକାରୀ

ସରକାରୀ ହସ୍ପିଟାଲରେ ଭର୍ତ୍ତି, ସାଇଣ୍ଟିଫିକ୍ ଟିମ୍ ର ତନାଘନା

ରାଉରକେଲା, ୨୦/୦୬: ଅନୁଗୁଳ ପରେ ଏବେ ରାଉରକେଲାରେ ପୋଲିସର ଡବଲ ଏନକାଉଣ୍ଟର। ୨ ହତ୍ୟା ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଛି ରାଉରକେଲା ପୋଲିସ।

ଅଭିଯୁକ୍ତମାନେ ହେଲେ ଚୁନୁ ଓ ସୁଶାନ୍ତ। ଦୁହିଁଙ୍କୁ ଝିରପାଣି ଅଞ୍ଚଳରେ ଏନ୍‌କାଉଣ୍ଟର କରାଯାଇଛି। ଗତ ମଙ୍ଗଳବାର ସେକ୍ଟର-୭ ଥାନା ଅଞ୍ଚଳରେ ତୋଫାନ ବିନ୍ଧାଣୀ ନାମକ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଦୁଇ ଅପରାଧୀ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଏହି ହତ୍ୟାକାଣ୍ଡରେ ୩୦ ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି।

ଝିରପାଣି ଥାନା ଅଞ୍ଚଳରେ ଭୋର ସାଢେ ୩ଟାରେ ହୋଇଥିଲା ଗୁଳି ବିନିମୟ। ପୁଲିସର ପାଲଟା ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି। ଆହତ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।