ମୟୂରଭଞ୍ଜ, ୨୦/୦୬: ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୟୂରଭଞ୍ଜ ପାହାଡ଼ପୁରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। MI-17 ହେଲିକପ୍ଟର ଯୋଗେ ପାହାଡ଼ପୁରରେ ପହଞ୍ଚିଲେ। ପାହାଡ଼ପୁର ହେଲିପ୍ୟାଡ୍ରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।