ପୁରୀ, ୨୦/୦୬: ବେଆଇନ ବାଲି ଘାଟରେ ବଡ଼ ରେଡ୍। ବଳଙ୍ଗା ଭାର୍ଗବୀ ନଦୀ ତେରହଳଠାରେ ବେଆଇନ ବାଲିଘାଟରେ ଚଢ଼ାଉ କରିଛି ପୋଲିସ। ଚଢ଼ାଉ ବେଳେ ବେଆଇନ ବାଲି ଉଠାଣ ପାଇଁ ବ୍ୟବହୃତ ୧୮ଟି ହାଇୱା, ୨ଟି JCB ମେସିନ ଜବତ କରାଯାଇଛି। ପୁରୀ ଖଣି ବିଭାଗ ଓ ବଳଙ୍ଗା ପୋଲିସ ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଛି। ବାଲିଘାଟରୁ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣି ଅଟକ ରଖିଛି ପୋଲିସ।