ପିଲା ଚୋର ସନ୍ଦେହ ଆକ୍ରମଣ ଘଟଣାରେ ବଢ଼ିଲା ଗିରଫଦାରୀ

ପୁଣି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କଲ୍ୟାଣସିଂହପୁର, ୨୦/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତରେ ପିଲା ଚୋର ସନ୍ଦେହରେ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଣି ୪ଜଣ ମୀନାରାଓ କାଡ୍ରାକା, ରଞ୍ଜିତ ହୁଇକା, ଈଶ୍ୱର ମିନିଆକା ଓ ଚନ୍ଦ୍ରୟା ଜାଳିକା ଙ୍କୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଥିବା ସୂଚନା ମିଳିଛି। ଶୁକ୍ରବାର ରାତ୍ର ରେ ସ୍ଥାନୀୟ ପୁଲିସ ଧାମୁଣିପଙ୍ଗା ପଞ୍ଚାୟତ ରେ ଘଟଣାରେ ସମ୍ପୃକ୍ତ ଥିବା ଗ୍ରାମର ଗୁଡିକ ଚଡାଉ କରି ମାତ୍ର ୪ଜଣଙ୍କୁ ଗିରଫ କରି ଅଦାଲତ ପଠାଇଛି। ଏହାପୂର୍ବରୁ ୧୬ଜଣଙ୍କୁ ମଧ୍ୟ ଗିରଫ କରି ଅଦାଲତ କୁ ପଠାଇଛି। ଉକ୍ତ ଘଟଣାରେ ବର୍ତ୍ତମାନ ପୁଲିସ ମୋଟ ୨୦ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ବେଳେ ତଦନ୍ତ ଚଳାଇଛନ୍ତି। ପ୍ରକାଶ ଥାଉକି ଚଳିତ ମାସ ୧୬ତାରିଖରେ ଅର୍ପିତା ଓ ସାଥି ସୁମନ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ରେ ଥିବା ନିଜ ଅନୁଷ୍ଠିତ କୁ ଯାଉଥିଲେ ଗୁଗୁଲ ମ୍ୟାପ ରେ ଭୁଲ ରାସ୍ତା ଦେଖାଇବାରୁ ସେମାନେ କଲ୍ୟାଣସିଂହପୁର ରେ ପହଞ୍ଚି ଥିଲେ। ରଜ ପର୍ବ ରେ ଇନ୍ତାଲି ଗୁଡା ଗ୍ରାମର ପିଲାଙ୍କୁ ବିସ୍କୁଟ ଓ ଚକଲେଟ ଦେଇଥିଲେ। ଦୁହେଁ ହିନ୍ଦୀରେ କଥା ହେଉଥିବାରୁ ଗ୍ରାମବାସୀଙ୍କୁ ସନ୍ଦେହ ଉପୁଜିଥିଲା।

ଫେଲୋସିପ କାମରେ ଯାଉଥିବା ଯୁବକ ଓ ଯୁବତୀ ଙ୍କୁ ପିଲାଚୋର କହି ଧାମୁଣିପଙ୍ଗା ପଞ୍ଚାୟତ କାନ୍ଦୁଲଗୁଡା ଠାରୁ ଘଉଡ଼ାଇ ପୂର୍ଵ ଗ୍ରାମକୁ ଯୋଗାଯୋଗ କରି ଇନ୍ତାଲିଗୁଡା ପର୍ଯ୍ୟନ୍ତ ଆସି ସେଠାରେ ଯୁବକ ଓ ଯୁବତୀଙ୍କୁ ଧରି ମାଡ଼ ମାରିବା ବେଳେ ସେଠାରୁ ପ୍ରାଣ ବିକଳରେ ଖସି ନିକଟରେ ଥିବା ବିଦ୍ୟୁତ କାର୍ଯ୍ୟାଳୟରେ ଲୁଚି ରହିଥିଲେ। କିନ୍ତୁ ଲୋକମାନେ ଦୁହିଁଙ୍କୁ ଖୋଜି ମାଡ ମାରିଥିଲେ। କିନ୍ତୁ ଯୁବତୀଙ୍କୁ ଉଲ୍ଲଗ୍ନ କରି ମାଡ଼ ମାରିବା ସହ ଭିଡିଓ ଉତ୍ତାଳନ କରି ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିଲା। ଉକ୍ତ ସମୟରେ ଭାଲେରି ଗ୍ରାମର ବଳରାମ ବାଗ ଓ ଅନ୍ୟ ଏକ ଯୁବକ ଯୁବତୀଙ୍କୁ ନ ମାରିବା ପାଇଁ କହିବା ସତ୍ୟେ ମାରି ଚାଲିଥିଲେ। ଶେଷରେ ଯୁବତୀ ହାତ ଯୋଡ଼ି ନ ମାରିବା ପାଇଁ କହିବା ପରେ ବି ଲୋକମାନେ ନୃଶଂସ ଭାବେ ମାରି ଚାଲିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚିବା ପରେ ଦୁଇବ୍ୟକ୍ତି ଓ ପୁଲିସ ସହାୟତାରେ ଯୁବକ ଓ ଯୁବତୀ ଙ୍କୁ ଉଧାର କରି ପ୍ରଥମେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା କରିବା ବେଳେ ଉତ୍ତେକ୍ତ ଲୋକ ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ର ବକବାଟ ଭଙ୍ଗାରୁଜା କରିଥିଲେ। ଥାନା ସମ୍ମୁଖରେ ଘେରାଉ କରିଥିଲେ। ଉକ୍ତ ଖବର ପାଇଁ ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡିଥିଲା। ସେହି ଘଟଣାରେ ସମୁଦାୟ ୨୦ଜଣ ଲୋକଙ୍କୁ ଜିଲ୍ଲା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି।