ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତିଙ୍କ ସହ ମିଶି ବୃକ୍ଷରୋପଣ କଲେ

ମୟୂରଭଞ୍ଜ, ୨୦/୦୬: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶାଶୁଘର ଗାଁ ପାହାଡ଼ପୁର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ସହ ମିଶି ପାହାଡ଼ପୁରରେ ଆଦିବାସୀଙ୍କ ଧର୍ମପୀଠ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ। ଏହି ଅବସରରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମିଳିତ ଭାବେ ବୃକ୍ଷରୋପଣ କରିଛନ୍ତି। ଏସ୍‌ଏଲ୍‌ଏସ୍‌ ସ୍କୁଲ୍‌ ଯାଇ ପିଲାଙ୍କ ସହ ଭାବର ଆଦାନ ପ୍ରଦାନ କଲେ।

ସୂଚନାଯୋଗ୍ୟ, ଆଜି ମୟୂରଭଞ୍ଜ ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ହେଲିପ୍ୟାଡରେ ଓହ୍ଲାଇବା ପରେ ସ୍ଥାନୀୟ ଜନସାଧାରଣଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ।