ପ୍ରଧାନମନ୍ତ୍ରୀ ମୋ ଗାଁକୁ ଆସିଥିବାରୁ କୃତଜ୍ଞ: ରାଷ୍ଟ୍ରପତି
‘ଯେଉଁସ୍ତରକୁ ଗଲେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛି’
ମୟୂରଭଞ୍ଜ, ୨୦/୦୬: ରାଇରଙ୍ଗପୁରରେ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଛି। ଏହି ଅବସରରେ ମୟୂରଭଞ୍ଜର ଦାଣ୍ଡବୋଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ।
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମାବେଶରେ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ପାହାଡ଼ପୁର, ରାଇରଙ୍ଗପୁର ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛି। ଦେଶ ପ୍ରତି ତାଙ୍କର ଭଲ ପାଇବା ପାଇଁ ଧନ୍ୟବାଦ ଜଣାଉଛି।ଓଡ଼ିଶା ପାଇଁ ଆଜି ଅନେକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ହୋଇଛି। ମୟୂରଭଞ୍ଜ ପାଇଁ ଉନ୍ନତି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିଛନ୍ତି , ଯେଉଁଥିରୁ ତାଙ୍କର ମାଟି ପ୍ରତି ଥିବା ମୋହ ଜଣାପଡୁଛି।ଜନଜାତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କିଛି ଭେଟି ଦେଇଛନ୍ତି। ଏହାଦ୍ବାରା ସ୍ଥାନୀୟ ଜନଜାତି ଲୋକେ ବେଶ୍ ଉପକୃତ ହେବେ। ଯେଉଁସ୍ତରକୁ ଗଲେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ନିର୍ବାଚିତ PM ଭାବେ ସର୍ବାଧିକ ସମୟ ଶାସନରେ ରହିବା ନେଇ ଶୁଭେଚ୍ଛା ଜଣାଉଛି।
ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ଭାରତର ସମ୍ମାନ ବଢ଼ିଛି। କୋଭିଡ ମହାମାରୀ ସମୟରେ ସାରା ବିଶ୍ବକୁ ଟୀକା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କାର୍ଯ୍ୟକୁ ପ୍ରଶଂସା କରୁଛି। ମୋହନ ମାଝୀଙ୍କ ନେତୃତ୍ବରେ ରାଜ୍ୟକୁ ବହୁତ ପୁଞ୍ଜି ଆସିଛି। ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି। ଜନଜାତି ଲୋକଙ୍କ ଜୀବନ ଶୈଳୀକୁ ଅନୁସରଣ କରିବା ଉଚିତ।