ସମ୍ବଲପୁର, ୨୦/୦୬: ପବିତ୍ର ଶୀତଳଷଷ୍ଠୀ ଅବସରରେ ଅସଂଖ୍ୟ ଭକ୍ତ ସମାଗମନକୁ ପାଥେୟ କରି ଏବଂ ଖରାର ପ୍ରତାପକୁ ଆଖି ଆଗରେ ରଖି ଦିବ୍ୟାଂଶ ଚାରିଟେବଲ ଟ୍ରଷ୍ଟ ତରଫରୁ ଭକ୍ତ ମାନଙ୍କୁ ଘୋଳ ଦହି ଏବଂ ପାନୀୟ ଜଳ ବଣ୍ଟନ କରାଯାଇଛି l ସାଧାରଣତଃ ଏହି ଦିନ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ସମ୍ବଲପୁର ତଥା ଏହାର ଆଖପାଖରୁ ବହୁ ଭକ୍ତଙ୍କ ଜନ ସମାଗମ ହୋଇଥାଏ l ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଏକ ଭାଇଚାରାର ସମ୍ପର୍କର ସେତୁ ଭାବେ କାମ କରିଥାଏ l ଅନେକ ସମୟରେ ସୁଖ ଦୁଃଖର ସାଥି ସାଜୁଥିବା ଦିବ୍ୟାନସି ପରିବାର ଏହି ପର୍ବରେ ମଧ୍ୟ ନିଜକୁ ସାମିଲ କରିଥିଲା l ଉକ୍ତ ମହାତକାମରେ ଆର୍ତ୍ତତ୍ରାଣ ଶତପଥୀ, ମିତାଲି ପ୍ରିୟଦର୍ଶିନୀ, ସବ୍ୟସାଚୀ ପଣ୍ଡା, ହରିହର ପ୍ରଧାନ, ଦିବ୍ୟାଂଶୀ ଶତପଥୀ, ସପନ ଭୋଳ, ଡ଼ିକି ଦୋଳମା ହୋତା, ରୁନୁ ଥପା ଏବଂ ସୁଜାତା ପଣ୍ଡା ସମୁଖ ସାମିଲ ଥିଲେ l