ଭୁବନେଶ୍ୱର, ୨୯/୦୬: ପ୍ରଥମରୁ ଅଷ୍ଟମ ଶ୍ରେଣୀ ତ୍ରୁଟି ବହିକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ସ୍କୁଲ୍କୁ ସଂଶୋଧିତ ପୁସ୍ତକ ଦିଆଯିବ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ହେବନି। କିନ୍ତୁ ସ୍କୁଲକୁ ସଂଶୋଧିତ ପୁସ୍ତକ ଦିଆଯିବ। ବହି ତ୍ରୁଟି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସ୍କୁଲ୍ରେ ଠିକ୍ ଭାବରେ ପଢ଼ାଯିବା ନେଇ ସଂଶୋଧିତ ବହି ବ୍ୟବହାର ହେବ। ସଂଶୋଧିତ ବହି DEO କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ ଦିଆଯିବ। ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ।