ଭୁବନେଶ୍ୱର, ୨୯/୦୬: ସାର ଉପଲବ୍ଧ କରାଇବା ଏବଂ କଳାବଜାରୀ ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନା ମଞ୍ଜୁର କରିଛନ୍ତି।
୫ ବର୍ଷ ପାଇଁ ୪୨ କୋଟି ମଞ୍ଜୁର କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ୫ କୋଟି ଆବଣ୍ଟନ କରାଯିବ। ପ୍ରାୟ ୨,୭୦୦ ପ୍ରାଥମିକ କୃଷି ସମବାୟ ସମିତିକୁ ସାମିଲ୍ କରାଯିବ।
ଏହି ଯୋଜନା ପ୍ୟାକ୍ସ/ଲାମ୍ପସର ଆର୍ଥିକ ସମସ୍ୟାର ସମାଧାନ କରିବ। ଚାଷ ପୂର୍ବରୁ ସାର ମହଜୁଦ ରଖିବା ଯୋଗୁଁ ସମିତିଗୁଡ଼ିକ ଉପରେ ସୁଧ ବୋଝ ପଡ଼ିଥାଏ। କିନ୍ତୁ ଏହି ଯୋଜନା ଦ୍ବାରା ସାରର ଅଗ୍ରୀମ ମହଜୁଦ ସମ୍ପୂର୍ଣ୍ଣ ସୁଧ ମୁକ୍ତ ହୋଇପାରିବ।