ଦୁଇ ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ

ଟ୍ରେନ୍ ଚଳାଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତା ନିୟମ ଉପରେ ଅବଗତ ପାଇଁ ପୁରସ୍କୃତ

ସମ୍ବଲପୁର, ୨୯/୦୬: ଶ୍ରୀ ପଙ୍କଜ କୁମାର ମୀନା, ଟେକ୍ନିସିଆନ୍-II/ଟିଆରଡି, କଣ୍ଟାବାଞ୍ଜି ଏବଂ ଶ୍ରୀ ପଙ୍କଜ କୁମାର, ଲୋକୋ ପାଇଲଟ୍, ଟିଟିଲାଗଡ଼ଙ୍କୁ ନିରାପତ୍ତା ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି।

ସେମାନଙ୍କର କର୍ତ୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ବରିଷ୍ଠ ମଣ୍ଡଳ ବୈଦ୍ୟୁତିକ ଯନ୍ତ୍ରୀ(ଟିଆରଡି), ଶ୍ରୀ ପାର୍ଥସାରଥୀ ତ୍ରିପାଠୀ , ବରିଷ୍ଠ ମଣ୍ଡଳ ବୈଦ୍ୟୁତିକ ଯନ୍ତ୍ରୀ (ଓପି), ଶ୍ରୀ ଧୀରେନ୍ଦ୍ର ସିଂହ ଏବଂ ମଣ୍ଡଳ ନିରାପତ୍ତI ଅଧିକାରୀ, ଶ୍ରୀ ଲିଙ୍ଗରାଜ ଗଡତିଆ ଉପସ୍ଥିତ ଥିଲେ।