ସକାଳୁ ସକାଳୁ ବଡ଼ ରେଡ୍

ଭିଜିଲାନ୍ସ ପଞ୍ଝାରେ ଦୁଇ ଅଧିକାରୀ

ସମ୍ବଲପୁର, ୩୦/୦୬: ଆଜି ସକାଳୁ ବଡ଼ ଭିଜିଲାନ୍ସ ରେଡ୍। ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବଡ଼ ଧରଣର ଚଢ଼ାଉ କରିଛି। ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚାଲିଛି ଚଢ଼ାଉ। ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଧର ବିଶ୍ବାଳଙ୍କ ଘର ସମେତ ୪ ସ୍ଥାନରେ ଏବଂ ଷ୍ଟିୱାର୍ଡ ଅଶ୍ବିନୀ ମେହେରଙ୍କ ବାସଭବନ ସମେତ ୫ ସ୍ଥାନରେ ରେଡ୍ ଚାଲିଛି।

ଅଶ୍ବିନୀ ମେହେରଙ୍କ ସହ ଜଡ଼ିତ ନିମ୍ନଲିଖିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ:-

– ମେଡିକାଲ ଷ୍ଟାଫ୍ କଲୋନି, ଭିମସାର୍‌, ବୁର୍ଲା, ସମ୍ବଲପୁରରେ ଆବାସିକ ସରକାରୀ କ୍ୱାର୍ଟର।

– ସୌରଭ ବିହାର, ବୁର୍ଲା ସମ୍ବଲପୁରରେ ଗୋଟିଏ (ନିର୍ମାଣାଧୀନ) ୪ ମହଲା କୋଠା।

– ପଠାଣବନ୍ଧ, ବୁର୍ଲାରେ ଗୋଟିଏ କୋଠା।

– ବରଗଡ଼ ଜିଲ୍ଲା ଗୋବିନ୍ଦପାଲିରେ ଗୋଟିଏ କୋଠା।

– ବୁର୍ଲାରେ ଅଶ୍ୱିନୀ ମେହେରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, କାର୍ଯ୍ୟାଳୟ।