ଜଳିଲା ମାର୍କେଟ ବିଲ୍ଡିଂ

୧୫ରୁ ଅଧିକ ଦୋକାନ ଜଳି ପୋଡ଼ି ଛାରଖାର

ଭୁବନେଶ୍ୱର, ୩୦/୦୬: ମଙ୍ଗଳବାର ସକାଳେ ଭୁବନେଶ୍ୱର ମାର୍କେଟ ବିଲଡିଂରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୭ଟା ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଯାହାଫଳରେ ୧୫ରୁ ଅଧିକ ଦୋକାନ ନିଆଁ ଲାଗି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି।

ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଆଜି ସକାଳୁ ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଥିବାରୁ ନିଆଁ ଲିଭା କାର୍ଯ୍ୟ ସାମାନ୍ୟ ପ୍ରଭାବିତ ହୋଇଥିଲା।