ଭୁବନେଶ୍ୱର, ୦୪/୦୭: ଚାରି ଦିନ ଧରି ଜାରି ରହିଥିବା ଡାକ୍ତର ଆନ୍ଦୋଳନ ସ୍ଥଗିତ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍ସାର ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଆଜିଠୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ। ଓମ୍ସାର ଦାବି ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେବା ନେଇ ନିଷ୍ପତ୍ତି ନିଆଯାଇଛି। କମିଟିରେ ସ୍ବାସ୍ଥ୍ୟ, ଜିଏ, ଅର୍ଥ, ଆଇନ ସଚିବ ସ୍ଥାନିତ ଅଛନ୍ତି। ଆସନ୍ତା ୨୨ ତାରିଖରେ OMSA ସହ ବସିବ କମିଟିର ପ୍ରଥମ ବୈଠକ। ଅନ୍ୟପଟେ ଆଲୋଚନା ସଫଳ ହୋଇଥିବା ନେଇ ସୂଚନା ଦେଇଛି ଓମ୍ସା।