କଟିଲା ୨୦ ଲକ୍ଷ ଭୋଟରଙ୍କ ନାଁ

ପ୍ରେସମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର, ୦୫/୦୭: ରାଜ୍ୟରେ SIR ପ୍ରକ୍ରିୟାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ। ଏ ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ।

ରାଜ୍ୟରେ ବର୍ତ୍ତମାନ ରହିଛନ୍ତି ୩ କୋଟି ୧୩ ଲକ୍ଷ ଭୋଟର। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦେବାକୁ ପ୍ରାଥମିକତା ଦିଆଯାଉଛି।

ଭୁଲରେ କାହାର ନାଁ କଟିଥିଲେ ଏନେଇ ଆବେଦନ କରିପାରିବେ। BLOଙ୍କୁ କଲ୍‌ କରି ଅଥବା ୱେବସାଇଟରେ ନାଁ ଅଛି କି ନାହିଁ ଚେକ୍‌ କରିହେବ। ନାଁ ନଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନ କରିହେବ। ଆଜିଠାରୁ ଅଗଷ୍ଟ ୪ ଯାଏଁ ଆପତ୍ତି ଓ ଅଭିଯୋଗ କରିପାରିବେ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ଆବେଦନ କରି ପାରିବେ।