ଭୁବନେଶ୍ୱର, ୦୫/୦୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରୁଛି ଅବପାତ।
ଓଡ଼ିଶା ଉପକୂଳକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଚାନ୍ଦବାଲି-ଦିଘା ମଧ୍ୟରେ ବାଲେଶ୍ୱର ନିକଟରୁ ଅତିକ୍ରମ କରିବା ସମ୍ଭାବନା ରହିଛି।