ଭୁବନେଶ୍ୱର ଡିସିପିଙ୍କ ଇସ୍ତଫା

୨୦୧୩ ବ୍ୟାଚର ଆଇପିଏସ ଅଧିକାରୀ ଜଗମୋହନ ମୀନା

ଭୁବନେଶ୍ୱର, ୦୬/୦୭: ପଦରୁ ଇସ୍ତଫା ଦେଇଛନ୍ତି ଭୁବନେଶ୍ୱର ଡିସିପି। ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଥିବାର ସ୍ପଷ୍ଟ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ୩୭ ବର୍ଷୀୟ ଆଇପିଏସ୍ ଅଧିକାରୀ ୨୦୧୩ ବ୍ୟାଚର ଥିଲେ। ବ୍ୟକ୍ତିଗତ କାରଣରୁ ଇସ୍ତଫା ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।

ସୂତ୍ର ଅନୁଯାୟୀ ମୀନା ଘରୋଇ କମ୍ପାନୀରେ ଯୋଗ ଦେଇ ପାରନ୍ତି। ସେ ରାଜସ୍ଥାନର ଜଣେ ନିକଟ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ଏକ କମ୍ପାନୀରେ ଯୋଗ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ‌ ପ୍ରକାଶ ପାଇଛି।

ମୀନା ପୂର୍ବରୁ ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାରେ ପୋଲିସ ଅଧିକ୍ଷକ (ଏସପି) ଏବଂ କଟକ ସହରାଞ୍ଚଳ ପୋଲିସ ଜିଲ୍ଲାରେ ଡିସିପି ଭାବରେ କାର୍ଯ୍ୟ କରିଥିଲେ, ଏବଂ ଫେବୃଆରୀ ୨୮, ୨୦୨୫ ରେ ଭୁବନେଶ୍ୱର ଡିସିପି ଭାବରେ ନିଯୁକ୍ତି ପାଇଥିଲେ।