କଟକ ବନଖଣ୍ଡ ତରଫରୁ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ

ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରାଗଲା

କଟକ, ୦୬/୦୭: କଟକ ବନଖଣ୍ଡ ତରଫରୁ ୭୭ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ସୋମବାର କଟକର ଚୌଦ୍ଵାର ଠାରେ ଥିବା ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବିଦ୍ୟାପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ୱାଳ, ସମ୍ମାନନୀୟ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏବଂ ମୁଖ୍ୟ ବକ୍ତା ଭାବେ କଟକ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର‌ ରାୟ ଯୋଗ ଦେଇଥିଲେ।