କେନ୍ଦ୍ରାପଡା, ୦୮/୦୭: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ବନାଞ୍ଚଳର ରେଞ୍ଜର। ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।
କଟକ ଓ କେନ୍ଦ୍ରାପଡ଼ାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ। ୪ ମହଲା କୋଠା, ପୈତୃକ ଘର, ଅଫିସ୍, ଅସ୍ଥାୟୀ ବାସଭବନରେ ରେଡ୍ ଚାଲିଛି। ବାଙ୍କୀ NAC ସ୍ଥିତ ସାହାଡ଼ାପଦା ଗାଁ ପୈତୃକ ଘରେ ମଧ୍ୟ ଛାନଭିନ କରୁଛି ଭିଜିଲାନ୍ସ ଟିମ୍।
DSPଙ୍କ ନେତୃତ୍ୱରେ ଭିଜିଲାନ୍ସର ୫ଜଣିଆ ଟିମ୍ ରେଡ୍ କରୁଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ DSP, ୯ ଇନ୍ସପେକ୍ଟର, ୫ ASI ସାମିଲ ଅଛନ୍ତି।