ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା; ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ

ବାଲେଶ୍ଵର:  ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା । ହତ୍ୟାର ପର୍ଦ୍ଦାଫାସ କଲା ପୋଲିସ । ସ୍ୱାମୀ ଏବଂ ସ୍ତ୍ରୀ ମିଶି ସ୍ତ୍ରୀ ର ପ୍ରେମିକକୁ ହତ୍ୟା କରିଥିବା ନେଇ ପୋଲିସର ସୂଚନା।  ବାଲେଶ୍ବର ସଦର ଥାନା ଖାନ୍ନଗର ଅଞ୍ଚଳରୁ ଗତ ଶନିବାର ଦିନ ଜଣେ ଯୁବକଙ୍କର ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାର ପର୍ଦାଫାସ୍ କରିଛି ପୋଲିସ। ହତ୍ୟାକାଣ୍ଡର ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ଗିରଫ କରାଯାଇଛି।

ସୁଚନା ଅନୁଯାୟୀ ବାଲେଶ୍ବରରୁ ୯୦ କିଲୋମିଟର ଦୂର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଛତାବର ଛକ ନିକଟ ୧୬ ନମ୍ବରଜାତୀୟ ରାଜପଥ ପାର୍ଶ୍ଵ ଏକ ଡ୍ରେନ୍‌ରୁ ଗତକାଲି ମୃତ ଯୁବକଙ୍କ କଟାମୁଣ୍ଡକୁ ଜବତ କରିଛି ପୋଲିସ। କଟାମୁଣ୍ଡ ସହ ଗିରଫ ୨ ଅଭିଯୁକ୍ତଙ୍କୁ ଧରି ପୋଲିସ ବାଲେଶ୍ବର ଫେରିଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାର ଯୁବକ ଶ୍ରୀଧର ଦଳବେହେରା କୁ ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।