ଲାଞ୍ଚ ଟଙ୍କା ଧରି ASI ଛୁ’: ଭିଜିଲାନ୍ସ ଜଳକା

ଗିରଫ ଭୟରେ ମୋବାଇଲ ସୁଇଚ୍ ଅଫ୍ କଲେ ପୋଲିସ ବାବୁ

ଭୁବନେଶ୍ୱର, ୧୧/୦୭: ଭିଜିଲାନ୍ସକୁ ଦେଖି ବାଇକ୍‌ରେ ଟଙ୍କା ନେଇ ଫେରାର ହୋଇଗଲେ ASI। ଖୋର୍ଦ୍ଧା ନାଚୁଣୀ ଥାନା ASI ଅକ୍ଷୟ କୁମାର ସେଠୀ ଜମିଜମା ବିବାଦର ସମାଧାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିବାକୁ ଯାଇଥିଲା ଭିଜିଲାନ୍ସ।

କିନ୍ତୁ ଭିଜିଲାନ୍ସ ଟିମ୍ କୁ ଦେଖି ବାଇକ୍ ଯୋଗେ ଚମ୍ପଟ ହୋଇଗଲେ ASI। ଗିରଫ ଭୟରେ ମୋବାଇଲ୍ ସୁଇଚ୍ ଅଫ୍ କରି ଦେଇଛନ୍ତି ପୋଲିସ ବାବୁ। ଫେରାର ASIଙ୍କୁ ଧରିବା ଲାଗି ASIଙ୍କ ବିଭିନ୍ନ ଠିକଣାରେ ଚଢାଉ ଜାରି ରହିଛି। ଆଇଆଇସିଙ୍କ ଉପସ୍ଥିତିରେ ଏଏସଆଇଙ୍କ ବିଭିନ୍ନ ସ୍ଥାନରେ ରେଡ୍‌ ଚାଲିଛି।