ଭୁବନେଶ୍ୱର, ୧୨/୦୭: ବଙ୍ଗୋପସାଗର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିବା ସ୍ପଷ୍ଟ କରିଛନ୍ତି SOA CEC ର ନିର୍ଦ୍ଦେଶକ ଡ଼ଃ ଶରତ ସାହୁ।
ଭୋର ୫.୦୫ରେ ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ବଙ୍ଗୋପସାଗର ୧୦ କି.ମି. ଗଭୀରତାରେ ଏହାର କେନ୍ଦ୍ରସ୍ଥଳୀ ଥିଲା। ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ସହର କାକିନାଡାରୁ ୨୨୫ କିଲୋମିଟର ଦୂରରେ ଥିଲା।
ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଶାଖାପାଟଣାରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ତଥାପି କୌଣସି କ୍ଷୟକ୍ଷତି ହୋଇନାହିଁ। ଏପର୍ଯ୍ୟନ୍ତ କୌଣସି ପ୍ରାଣହାନୀ କିମ୍ବା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।