ବିଜେପିରେ ମିଶିଲେ ପ୍ରଭାତ ବିଶ୍ବାଳ

ବିଜେଡ଼ିରେ ଭୂକମ୍ପ ସୃଷ୍ଟି ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୦୭: ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ପ୍ରଭାତ। ବିରାଟ ପଟୁଆରରେ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟ ଆସି ପଦ୍ମ ଧରିଛନ୍ତି ପ୍ରଭାତ ବିଶ୍ବାଳ।

ମିଶ୍ରଣ ମଞ୍ଚରୁ ବିଜେଡିକୁ କଡା କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଭାତ ବାବୁ ବିଜେପିରେ ମିଶିବା ବିଜେଡିରେ ଭୂକମ୍ପ ସୃଷ୍ଟି କରିଛି। ୬ ଦିନ ହେଲା ବିଜେଡି ନେତା କଟକରେ ଡେରା ପକାଇଛନ୍ତି। କେହି ଯେମିତି ନ ଯିବେ ସେନେଇ ଚେଷ୍ଟା କରୁଛନ୍ତି। ଯେତେ ବନ୍ଧ ବାନ୍ଧିଲେ ବି କାଠଯୋଡ଼ି ଦେଇ ପାଣି ବିଜେପି କାର୍ଯ୍ୟାଳୟରେ ପଶିଛି। ଲୋକେ ଆଉ ବିଜେଡିକୁ ଚାଁହୁ ନାହାନ୍ତି, ଆମ ସରକାର ଲୋକଙ୍କ ସରକାର।