ନବୀନ‌ ନିବାସରେ ଛାତ୍ରନେତା ଓ ଜେନ୍-ଜି

ଛାତ୍ର ସଂସଦ ନିର୍ବାଚନରେ ସଫଳତା ପରେ ନବୀନଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୭/୧୦: ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ସଫଳତା ପାଇଥିବା ବିସିଜେଡିର ଛାତ୍ରନେତାଙ୍କ ସମେତ ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ସାକ୍ଷାତ କରିଛନ୍ତି।

ଅକ୍ଟୋବର ୧୫ ତାରିଖରେ ରାଜ୍ୟର ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ ହୋଇଥିବାରୁ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଥିଲା। ଏହି ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ନ୍ୟାସନାଲ ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ ଅଫ୍‌ ଇଣ୍ଡିଆ (ଏନଏସୟୁଆଇ) ସମେତ ବିଭିନ୍ନ ସଂଗଠନର ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।