ରାଜ୍ୟରେ ବଢ଼ିଲା ଅଣ୍ଡା ଦର

ଅଣ୍ଡା ଦର ବଢିବାର ମୁଖ୍ୟ କାରଣ ରପ୍ତାନୀ ବୃଦ୍ଧି: ମନ୍ତ୍ରୀ

ଭୁବନେଶ୍ୱର, ୧୯/୦୭: ରାଜ୍ୟରେ ବଢିଲା ଅଣ୍ଡା ଦର। ଅଣ୍ଡା ବର୍ତ୍ତମାନ ୯ ଟଙ୍କା ଖୁଚୁରାରେ ବିକ୍ରି ହେଉଥିବା ବେଳେ ଉତ୍ପାଦକ ମାନେ ୭ ଟଙ୍କା ୫୦ ରେ ଅଣ୍ଡା ବିକ୍ରି କରୁଛନ୍ତି। ଏ ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଲାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

ବିଭିନ୍ନ କାରଣ ନେଇ ଅଣ୍ଡା ଦର ବଢିଛି। ଖୁଚୁରା ବ୍ୟବସାୟୀ ୭ ଟଙ୍କା ୧୫ ପଇସାରେ ଅଣ୍ଡା କିଣୁଛନ୍ତି। ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। ଅଣ୍ଡା ରପ୍ତାନୀ ବୃଦ୍ଧି ଅଣ୍ଡା ଦର ବଢିବାର ମୁଖ୍ୟ କାରଣ। ସେହିପରି ପ୍ରବଳ ଗରମ ଯୋଗୁଁ ଅଣ୍ଡା ମଡକ ବି ଦର ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ମନ୍ତ୍ରୀ କହିଛନ୍ତି।