ଆଡ଼ପ ଦର୍ଶନ ୬ ଘଣ୍ଟା ବନ୍ଦ

ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ, ୧୯/୦୭: ଆଜିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ। ହେଲେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଦର୍ଶନ ୬ ଘଣ୍ଟା ବନ୍ଦ ରହିବ। ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ରାତି ୯ଟାରୁ ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

୨୦ ତାରିଖରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ୨୧ରେ ରଥ ଦକ୍ଷିଣ‌ମୋଡ଼ ନେବ। ୨୩ ତାରିଖରେ ସନ୍ଧ୍ୟା ଦର୍ଶନ ହେବ। ୨୪ରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ।

୨୫ରେ ସୁନାବେଶ ହେବଖ ପରେ ୨୬ରେ ଅଧରପଣା ଓ ଗରୁଡ଼ ଶୟନ ନୀତି ସମ୍ପନ୍ନ ହେବ। ଆସନ୍ତା ୨୭ ତାରିଖରେ ଚତୁର୍ଦ୍ଧା ବିଗ୍ରହ ନୀଳାଦ୍ରିବିଜେ କରିବେ।