ସ୍ପେନ ଫିଫା ବିଶ୍ୱକପ୍ ଚାମ୍ପିଅନ

ଟୋରେସ ସୁପରିୟର ପ୍ଲେୟାର ଅଫ ଦି ମ୍ୟାଚ

ନୂଆଦିଲ୍ଲୀ, ୨୦/୦୭: ଦୀର୍ଘ ବର୍ଷର ଅପେକ୍ଷା ଏବଂ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ପୁରୁଷ ଫୁଟବଲ୍ ଦଳ ବିଶ୍ୱ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ଏହି ବିଜୟ ସହିତ ସ୍ପେନ୍ ଫୁଟବଲ୍ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି।

ମ୍ୟାଚ୍‌ର ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ଦଳର ପ୍ରଥମେ ଗୋଲ୍ ସ୍କୋର କରିବାରେ ସଫଳ ହୋଇନଥିଲେ। କିନ୍ତୁ ଏକ୍ସଟ୍ରା ଟାଇମରେ ସ୍ପେନ୍ ଚମତ୍କାର ପ୍ରଦର୍ଶନ କରି ୧-୦ ଗୋଲ୍ ବ୍ୟବଧାନରେ ଆର୍ଜେଣ୍ଟିନାକୁ ପରାସ୍ତ କରି ମ୍ୟାଚ୍ ଏବଂ ଟ୍ରଫି ନିଜ ନାମରେ କରିଥିଲା।

ସ୍ପେନ୍‌ର ଷ୍ଟାର୍ ଖେଳାଳି ଫେରାନ୍ ଟୋରେସ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଦମଦାର ପ୍ରଦର୍ଶନ, ପଡ଼ିଆରେ ରଣନୀତି ଏବଂ ଗୋଲ୍ ସ୍କୋରିଂରେ ସହଯୋଗ ପାଇଁ ତାଙ୍କୁ ‘ସୁପରିୟର ପ୍ଲେୟାର ଅଫ୍ ଦ ମ୍ୟାଚ୍’ ଭାବେ ଘୋଷଣା କରାଯାଇଥିଲା। ଟୋରେସ୍ ସ୍ପେନକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହି ବିଜୟ ସ୍ପେନ୍ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହା ପୂର୍ବରୁ ଦଳ ୨୦୧୦ ମସିହାରେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଜିତିଥିଲା। ଏହା ଲିଓନେଲ ମେସିଙ୍କ ଶେଷ ବିଶ୍ୱକପ୍ ମ୍ୟାଚ୍ ଥିଲା। ତେବେ ଆର୍ଜେଣ୍ଟିନାର ପରାଜୟ ସହ ଲିଓନେଲ ମେସିଙ୍କ ବିଶ୍ୱକପ୍ ଟାଇଟଲ ହାସଲ ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି।