ବାଂଲାଦେଶ ରାଜନୀତିରେ ଝଡ଼: ଇସ୍ତଫା ଦେଲେ ରାଷ୍ଟ୍ରପତି

ଶେଖ୍ ହାସିନାଙ୍କ ପ୍ରମୁଖ ସହଯୋଗୀ ଥିଲେ

ଢାକା, ୨୪/୦୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପଦରୁ ଇସ୍ତଫା ଦେଇଛନ୍ତି। ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଇସ୍ତଫା ଦେଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।‌ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସେ ପୂର୍ବତନ ସହଯୋଗୀ ଥିଲେ।

୭୬ ବର୍ଷୀୟ ଶାହାବୁଦ୍ଦିନ୍ ଏପ୍ରିଲ୍ ୨୦୨୩ ମସିହାରୁ ରାଷ୍ଟ୍ରପତି ପଦବୀରେ ଅଛନ୍ତି। ତେବେ ୨୦୨୪ ମସିହାରେ ତାଙ୍କ ଶାସନ ବିରୁଦ୍ଧରେ ଛାତ୍ରଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରେ ହସିନା ଭାରତ ପଳାଇଥିଲେ।

ନୂତନ ରାଷ୍ଟ୍ରପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ ସଂସଦର ବାଚସ୍ପତି ରାଷ୍ଟ୍ରପତିଙ୍କ ଦାୟିତ୍ୱ ନିର୍ବାହ କରିବେ ବୋଲି ବିବୃତ୍ତିରେ କୁହାଯାଇଛି।

ରାଷ୍ଟ୍ରମୁଖ୍ୟ ଭାବରେ, ଶାହାବୁଦ୍ଦିନ ସଶସ୍ତ୍ର ବାହିନୀର କମାଣ୍ଡର-ଇନ୍-ଚିଫ୍, କିନ୍ତୁ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟଙ୍କ ପାଖରେ ଥାଏ।

ତେବେ ଗତ କିଛି ଦିନ ପୂର୍ବେ ଶେଖ ହାସିନା ବାଂଲାଦେଶ ଫେରିବେ ବୋଲି ଘୋଷଣା କରିବା ପରେ ଶାହାବୁଦ୍ଦିନଙ୍କ ଇସ୍ତଫା ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ତାଙ୍କ ଆୱାମୀ ଲିଗ୍ ଦଳକୁ ନିଷିଦ୍ଧ କରାଯାଇଛି। ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ପରେ ଆୱାମୀ ଲିଗ୍ ସରକାରର ପତନ ହେବା ସହ ଅନେକ ଦଳୀୟ ନେତା ଓ କର୍ମୀଙ୍କୁ ଜେଲ୍ ପଠାଯାଇଛି କିମ୍ବା ଅନେକ ଲୁଚି ରହିଛନ୍ତି।