ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗଣତନ୍ତ୍ରର ବିଜୟ: ସୋନମ ୱାଙ୍ଗଚୁକ୍
CJP ଏବଂ ଦେଶର ଜେନ୍ Zଙ୍କୁ ଅଭିନନ୍ଦନ ଜଣାଇଲେ ସୋନମ
ନୂଆଦିଲ୍ଲୀ, ୨୫/୦୭: ଦେଶବ୍ୟାପୀ ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାରି ମଧ୍ୟରେ ଦେଶର ଜେନ୍-ଜି ଓ ସିଜେପି ଆନ୍ଦୋଳନକାରୀଙ୍କ ମଧ୍ୟରେ ଖୁସିର ମାହୋଲ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି ସୋନମ୍ ୱାଙ୍ଗଚୁକ।
ଲଦାଖର ପ୍ରସିଦ୍ଧ ପରିବେଶବିତ୍ ଓ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଏକ ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହାକୁ ଗଣତନ୍ତ୍ରର ବିଜୟ କହିଛନ୍ତି। ତାଙ୍କ ମତରେ ଏହି ଇସ୍ତଫା କେବଳ ଏକ ବ୍ୟକ୍ତିଗତ ଘଟଣା ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଧୈର୍ଯ୍ୟ, ଲଗାତାର ପ୍ରୟାସ ଏବଂ ଯୁବପିଢ଼ିର ଜାଗରଣର ଫଳାଫଳ ଅଟେ।
ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇବା ସହ ଭୟ ଏବଂ ଭୟର ଭୟକୁ ତ୍ୟାଗ କରିବାକୁ ଆହ୍ୱାନ କରିଛନ୍ତି। ଦେଶର ପ୍ରତ୍ୟେକ କୋଣରୁ ଜାଗ୍ରତ ହେବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି।
ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ, ଗଣତନ୍ତ୍ର କେବଳ ନିର୍ବାଚନ ଓ ସରକାର ଗଠନର ନାମ ନୁହେଁ। ଏହା ଲୋକଙ୍କ ସ୍ୱରକୁ ସମ୍ମାନ ଦେବା, ଅନ୍ୟାୟର ବିରୋଧ କରିବା ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ପରିବର୍ତ୍ତନ ଆଣିବାର ପ୍ରକ୍ରିୟା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସେହି ଗଣତାନ୍ତ୍ରିକ ଶକ୍ତିର ପ୍ରତୀକ। ଯେତେବେଳେ ଲୋକେ ଏକତ୍ରିତ ହୋଇ ନିଜର ଅଧିକାର ପାଇଁ ସ୍ୱର ଉଠାନ୍ତି, ସେତେବେଳେ ବଡ଼ ବଡ଼ କ୍ଷମତା ମଧ୍ୟ ତାହାକୁ ସ୍ୱୀକାର କରିବାକୁ ବାଧ୍ୟ ହୁଅନ୍ତି। ଏହା ପ୍ରମାଣ କରେ ଯେ ଗଣତନ୍ତ୍ର ଏବେ ମଧ୍ୟ ଜୀବନ୍ତ ଅଛି। ଶାନ୍ତି, ଧୈର୍ଯ୍ୟ ଓ ଅବିରତ ପ୍ରୟାସର ବିଜୟ। ଏହା କୌଣସି ହିଂସା ବା ବିଶୃଙ୍ଖଳାର ଫଳ ନୁହେଁ। ଏହା ହେଉଛି ଶାନ୍ତିପୂର୍ଣ୍ଣ ପ୍ରତିବାଦର ବିଜୟ। ଧୈର୍ଯ୍ୟର ସହିତ ଲଗାତାର ଆନ୍ଦୋଳନ କରିବାର ଫଳ। ଏବଂ ଦୀର୍ଘ ସମୟ ଧରି ଚାଲିଥିବା ଅବିରତ ପ୍ରୟାସର ପରିଣାମ।