ନୂଆଦିଲ୍ଲୀ, ୨୫/୦୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପରେ ପ୍ରହଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରୀ ଭାବେ ଘୋଷଣା କରାଯାଇଛି।
ପ୍ରହଲ୍ଲାଦ ଜୋଶୀ କର୍ଣ୍ଣାଟକର ଧାରୱାଡ଼ରୁ ସାଂସଦ। ସେ ବର୍ତ୍ତମାନ ଭାରତ ସରକାରଙ୍କର ଖାଦ୍ୟ ଓ ଗ୍ରାହକ କଲ୍ୟାଣ ଏବଂ ସୌର ଓ ନବୀକରଣ ଶକ୍ତି ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଅନ୍ତର୍ଜାତୀୟ ସୌର ମେଣ୍ଟର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ଏହି ମନ୍ତ୍ରାଳୟ ସହିତ ସେ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ସମ୍ଭାଳିବେ।