ପାଇପ ଫାଟି ରାସ୍ତାରେ, ଭୁବନେଶ୍ୱର ରାସ୍ତା ମଝିରେ ପାଣି ଖୁଆର

ଭୁବନେଶ୍ୱର,(ଦର୍ଶନ ନ୍ୟୁଜ୍) : ଅବ୍ୟବସ୍ଥା ଭୁବନେଶ୍ୱର ସ୍ମାର୍ଟସିଟିର ପିଛା ଛାଡୁନି । ଭୁବନେଶ୍ୱର ସ୍ଥିତ ଟଙ୍କାଣି ରୋଡ ରାସ୍ତା ଦୀର୍ଘଦିନ ଧରି ଖାଲଖମାରେ ଭର୍ତ୍ତି ହୋଇ ନାନାଦି ଦୁର୍ଘଟଣା ଘଟିବା ରେ ଏବେ ରବି ଟକିଜ୍ ଛକରୁ ମାତ୍ର କିଛି ମିଟର ପିଚୁ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଟଙ୍କାଣି ରୋଡ୍ରେ ଆଜି ରାସ୍ତା କଡରେ ଯାଇଥିବା ପାଣି ପାଇପ ଫାଟି ଜଳଘଡି ବାଣର ଭ୍ରମ ସୃଷ୍ଟି କରିଥିଲା ।

ଆଜି ସଂଧ୍ୟାରେ ଏହି ବ୍ୟସ୍ତବହୁଳ ରାସ୍ତାରେ ପାଣି ଖୁଆର ଭଳି ବେଶ୍ ଉଚ୍ଚକୁ ଉଠିଥିଲା । ରାସ୍ତାରେ ଯାତାୟାତ କରୁଥିବା ବାଇକ ଚାଳକଙ୍କ ଉରେ ଏହି ମାଟି କାଦୁଅ ମିଶ୍ରିତ ପାଣି ପଡୁଥିବା ମଧ୍ୟ ଲକ୍ଷ୍ୟ କରାଯାଉଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଥିଲା ।
ତେବେ ଜଳ ଯୋଗାଣ ପାଇ ବିଛାରେ ନିମ୍ନମାନର କାର୍ଯ୍ୟ ଏବଂ ରାସ୍ତାରେ ଡ୍ରେନ୍ ଏବଂ ଜଳୋଗାଣ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ଲକ୍ଷ୍ୟ କର।।ଉଛି । ଏପରି ଘଟଣାର କିପରି ପୁନରାବୃତ୍ତି ନହେବ ଏନେଇ କର୍ତ୍ତୃପକ୍ଷ ଦୃଷ୍ଟିଦେବା ସହ ରବି ଟକିଜ୍ରୁ ସାଇ ମନ୍ଦିର ଟ୍ରାଫିକ ର୍ପ୍ୟନ୍ତ ରାସ୍ତାକୁ ଯଥାଶୀଘ୍ର ସଠିକ୍ ଗମନାଗମନ ୋଗ୍ୟ କରିବା ପାଇଁ ମଧ୍ୟ ସାଧାରଣରେ ଦାବି ହେଉଛି ।