ଆମେରିକାର​‌ କୋଲୋରାଡୋ ନାଇଟ୍ କ୍ଳବ୍‌ରେ ଆଖିବୁଜା ଗୁଳିମାଡ଼, ୫ ମୃତ

ନୂଆଦିଲ୍ଲୀ, ୨୦/୧୧: ଆମେରିକାର କୋଲୋରାଡୋ ସ୍ପ୍ରିଙ୍ଗସ ସହରର ଏକ ନାଇଟ କ୍ଲବରେ ରବିବାର ଆଖିବୁଜା ଗୁଳିଚାଳନା ହୋଇଛି। ଯେଉଁଥିରେ ୫ ଜଣକ ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି। ନ୍ୟୁୟର୍କ ଟାଇମ୍ସର ରପୋର୍ଟ ଅନୁଯାୟୀ କୋଲୋରାଡୋ ସ୍ପ୍ରିଙ୍ଗସ ପୋଲିସ ବିଭାଗର ଅଧିକାରୀ ଲେଫ୍ଟିନାଣ୍ଟ ପାମେଲା କାସ୍ତେ୍ରା କହିଛନ୍ତି ଯେ ଏଲଜିବିଟିକ୍ୟୁ ନାଇଟ କ୍ଲବ୍‌ରେ ଶନିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଥିଲା। ତେବେ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି। ଘଟଣାର ଯାଞ୍ଚ ଚାଲିଥିବାବେଳେ ଆହତଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଜରେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ସପେଟେ ଏହି ଗୁଳିକାଣ୍ଡକୁ ନେଇ କ୍ଲବ୍ ତରଫରୁ ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଆମେରିକାରେ ଏଲ.ଜି.ବି.ଟି.କ୍ୟୁ ସମ୍ପ୍ରଦାୟକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି। ୨୦୧୬ ରେ, ଜଣେ ବନ୍ଧୁକଧାରୀ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସମୂହର ପ୍ରତି ନିଷ୍ଠା ଘୋଷଣା କରି ଆରଲାଣ୍ଡୋରେ ଏକ ସମଲିଙ୍ଗୀ ନାଇଟ୍ କ୍ଲବ୍ ଉପରେ ଆକ୍ରମଣ କରିଥିଲା ଏବଂ ୪୯ ଜଣକ ହତ୍ୟା କରିଥିଲା। ଏହି ଆକ୍ରମଣରେ ୫୩ ଜଣ ଆହତ ମଧ୍ୟ ହୋଇଥିଲେ।