ମୁମ୍ବାଇ, ୧୨/୦୮: ମୁମ୍ବାଇର ଘାଟକୋପର ଅଞ୍ଚଳରେ ଭାରୀ ବର୍ଷା ପରେ ଭୂସ୍ଖଳନ ଘଟିଛି। ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଘାଟକୋପରର ଚିରାଗ ନଗର ଅନ୍ତର୍ଗତ ଗୌସିୟା ଅଶୋକ ନଗର ଅଞ୍ଚଳରେ ପାହାଡ଼ର ଏକ ଅଂଶ ଭାଙ୍ଗି ୨-୩ଟି ଘର ଉପରେ ପଡ଼ିଯାଇଥିଲା। ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ରାଜାୱାଡ଼ି ହସ୍ପିଟାଲକୁ ପଠାଯାଇଛି। ଆହୁରି ୫ ଜଣ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ କୁର୍ଲା ଭାଭା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୁମ୍ବାଇ ଫାୟାର ବ୍ରିଗେଡ଼, ପୋଲିସ, NDRF, BMC କର୍ମଚାରୀ, ୧୦୮ ଆମ୍ବୁଲାନ୍ସ ସେବା ଏବଂ ଅନ୍ୟାନ୍ୟ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।