କଲ୍ୟାଣ ସିଂହପୁର, ୨୨/୦୮: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ଦୀର୍ଘଦିନ ହେଲା ରେଞ୍ଜର ପଦବୀ ଖାଲି ପଡ଼ିଛି,ସ୍ଥାୟୀ ବନାଞ୍ଚଳ ଅଧିକାରୀ ନଥିବା ଯୋଗୁଁ ବହୁ ସମସ୍ୟାରେ ଗତିକରୁଥିବା ଜଣାପଡୁଛି । ଗୋଟିଏ ପଟେ ହାତୀ ପଲ ଅଞ୍ଚଳ ରେ ଘୁରି ବୁଲିବା ସହ କାଠ ମାଫିଆ ମାନେ ଉତ୍ସାହ ହୋଇ ଚୋରୀ କାଠ ନେଇ ଆରାମ୍ ସେ ଚୋରି କରୁଥିବା ବେଳେ ରେଞ୍ଜର ବାବୁ ଙ୍କ ଦେଖା ନାହିଁ ବୋଲି ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚା ଜୋର ଧରିଛି। ଚଳିତ ବର୍ଷ ଜାନୁୟାରୀ ମାସ ୧୭ ତାରିଖରେ ଦୁର୍ଘଟଣାରେ କଲ୍ୟାଣସିଂହପୁର ବନାଞ୍ଚଳ ଅଧିକାରୀ ସ୍ବର୍ଗତ ଚନ୍ଦନ କୁମାର ଗୋମଙ୍ଗ ଙ୍କ ଦେହାନ୍ତ ହେବା ପରେ କାଶୀପୁର ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡ଼ା ଙ୍କୁ ଦାଇତ୍ଵ ଦିଆଯାଇଛି । ଜଣେ ବନାଞ୍ଚଳ ଅଧିକାରୀ କାଶୀପୁର ଓ କଲ୍ୟାଣସିଂହପୁର ରେଞ୍ଜରେ କାର୍ଯ୍ୟ ଭାର ସମ୍ଭାଳିବା ବହୁତ ଅସୁବିଧାରେ ସମ୍ମୁଖିନ ହେଉଛି । ସେ କାଶୀପୁର ରେଞ୍ଜରେ ସମସ୍ତ କାର୍ଯ୍ୟ କରୁଥିବା ବେଳେ କେବେ କେମିତି ବୁଲିବା ପରି କଲ୍ୟାଣସିଂହପୁର ରେଞ୍ଜକୁ ଆସୁଥିବା ଜଣାପଡୁଛି । ସପ୍ତାହ କୁ ଗୋଟିଏ ଦିନ ଆସି କିପରି ସପ୍ତାହର କାର୍ଯ୍ୟ କରିପାରିବେ।ଯାହାଫଳରେ ଉକ୍ତ ରେଞ୍ଜରେ ବିନା ଅଧିକାରୀଙ୍କ ଉପସ୍ଥିତିରେ କିପରି କାର୍ଯ୍ୟ କରାଯାଉଥିବା ତାହା ଏଥିରୁ ଜଣାପଡୁଛି । ତୁରନ୍ତ ଉକ୍ତ ରେଞ୍ଜକୁ ରେଞ୍ଜର ବା ବନାଞ୍ଚଳ ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଏହି ରେଞ୍ଜକୁ ଲୋକମାନେ ଆସି ରେଞ୍ଜରଙ୍କୁ ଖୋଜି ନ ପାଇ ନିରାଶ ହୋଇ ଚାଲି ଯାଉଥିବା ଜଣାପଡୁଛି । ଏହି ବିଷୟରେ ଏ ସି ଏଫ୍ ସତୀଶ ଧରୁଆ ଙ୍କୁ ପଚାରି ବାରୁ ଏବେ ଅଡର ବାହାରିବାର ଅଛି ନୂଆ ରେଞ୍ଜ ଅଫିସର ଆସିବେ, ଆଉ କାଶୀପୁର ରେଞ୍ଜର ତ ଡବଲ ଚାର୍ଜ ରେ ଅଛନ୍ତି ଦେଖିବା ମୁ କଥା ହେଉଛି ବୋଲି କହିଛନ୍ତି। ବର୍ତ୍ତମାନ ଦେଖିବା କୁ ବାକି ରହିଲା କେବେ ଏହାର ସମାଧାନ ହେଉଛି।
Prev Post