ଓଡିଶା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ରୀ ଆଇକନିକ ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର ଅଧ୍ୟୟନ ନିମନ୍ତେ ଚୟନ

ବ୍ଲକ ପାଇଁ ଆଣିଲେ ଗୌରବ ଓ ସୁନାମ

କଲ୍ୟାଣସିଂହପୁର- ୨୨/୮(ନିପ୍ର ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ରୀ ଅଧ୍ୟୟନ ନିମନ୍ତେ ଆଇକନିକ ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱରକୁ ଚୟନ ହୋଇଛନ୍ତି। ଏହି ଦୁଇଛାତ୍ରୀ ଲିସା ରାଉତ ଓ ୟସଶ୍ରୀ ବିବର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବ୍ଲକ ପାଇଁ ଗୌରବ ଓ ସୁନାମ ଆଣିଛନ୍ତି। ବିଦ୍ୟାଳୟର ଚତୁର୍ଥୀ ବର୍ଷରେ ଦୁଇ ଛାତ୍ରୀ ଅଧୟନ ପାଇଁ ଆଇକନିକ୍ ଓଡିଶା ଆଦର୍ଶ ଭୁବନେଶ୍ୱର ପାଇଁ ଚୟନ ହୋଇଛନ୍ତି। ବିଦ୍ୟାଳୟ ରୁ ପୂର୍ବରୁ ତିନିଜଣ ଛାତ୍ର ଛାତ୍ରୀ ଆଇକନିକ ଆଦର୍ଶ ବିଦ୍ୟାଳୟକୁ ଯାଇଥିବା ବେଳେ ବର୍ତ୍ତମାନ ଦୁହେଁ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଶିକ୍ଷା ଏକ ଶ୍ରେଷ୍ଠ ଅନୁଷ୍ଠାନରେ ଅଧ୍ୟୟନ କରିବାର ସୁଯୋଗ ପାଇବା ସହିତ ମେଡିକାଲ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ମାଗଣା କୋଚିଂ ପାଇବେ। ଯେଉଁ ଶିକ୍ଷାନୁଷ୍ଠାନରୁ ପ୍ରତିବର୍ଷ ୯୦ଭାଗ ଅଧିକ ଛାତ୍ର ଛାତ୍ରୀ ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରି ଆମ ରାଜ୍ୟ ତଥା ଦେଶର ନାମ ରଖୁଛନ୍ତି, ସେହିଭଳି ଏକ ଅଗ୍ରଣୀ ଅନୁଷ୍ଠାନରେ ସ୍ଥାନ ପାଇବା ଏକ ବଡ଼ ଗୌରବ। ନିଷ୍ଠାପର ଉଦ୍ୟମ ଓ କଠିଣ ପରିଶ୍ରମ ପାଇଁ ଉଭୟ ଲିସା ରାଉତ ଓ ୟସଶ୍ରୀ ବିବର ଙ୍କୁ ହାର୍ଦ୍ଧିକ ସାଧୁବାଦ। ସେମାନଙ୍କର ଏହି ସଫଳତା ଅନ୍ୟ ସମସ୍ତ ବିଦ୍ୟାର୍ଥୀ ଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହେବ । ବିଦ୍ୟାଳୟ ର ପ୍ରଧାନ ଅଧ୍ୟାପକ ସଙ୍ଗୀତ ପାଲକା , ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ପରିବାର ପକ୍ଷରୁ ଉଭୟଙ୍କୁ ସଂମ୍ମାନିତ କରି ତାଙ୍କର ଆଗାମୀ ଦିନରେ କିପରି ଉଜ୍ୱଳ ଭବିଷ୍ୟତ ଏବଂ ସଫଳତା ଆଣିବା ପାଇଁ ଜଗନ୍ନାଥ ଙ୍କ ନିକଟରେ କାମନା କରିଛନ୍ତି।