ଅମ୍ବାଦଳାରେ ବିଜେଡିର ଶକ୍ତି ପ୍ରଦର୍ଶନ

ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ହଜାର ହଜାର କର୍ମୀ

ଅମ୍ବାଦଳା, ୦୬।୧୦(ସୁଦିପ କୁମାର ମିଶ୍ର): ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସହରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନିର୍ଦ୍ଦେଶକ୍ରମେ ଅମ୍ବାଦଳାର ଯୁବ ବିଜେଡି ନେତା ତଥା ଜିଲ୍ଲା ଯୁବ ସଭାପତି ଧୀରେନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।ପଦଯାତ୍ରାରେ ବିଜେଡିର ପୂର୍ବତନ ଗୃହ ମନ୍ତ୍ରୀ ତଥା ବର୍ତ୍ତମାନର ଧର୍ମଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ବିଜେଡି ସମ୍ପାଦକ ସୁଧୀର ଦାସ, ପୃଥ୍ୱୀରାଜ ସାହୁ, ଜ୍ୟୋତି ପ୍ରକାଶ ସାହୁ, ଦେବୀ ପ୍ରକାଶ ପଟ୍ଟନାୟକ, ବିଜେଡି ମହିଳା ସଭାପତି ଅନୁସୟା ମାଝୀ, କାଶୀପୁର ବ୍ଲକର ବରିଷ୍ଠ ବିଜେଡି ନେତା ବିନୋଦ ନାୟକ, ମୁନିଗୁଡ଼ାର ବରିଷ୍ଠ ବିଜେଡି ନେତା ରତନ ଜେନ, ଜିଲ୍ଲା ବିଜେଡି ଉପସଭାପତି ପୂର୍ଣ୍ଣଚନ୍ଦ୍ର ଗୌଡ଼, ଅମ୍ବାଦଳାର ବରିଷ୍ଠ ବିଜେଡି ନେତା ବେଲାଜର କରକରିଆ, ଅମ୍ବାଦଳା ବିଜେଡି ନେତା ଜଗନ୍ନାଥ ପ୍ରସାଦ, ଦେବୀ ପ୍ରସାଦ ମୁଖାର୍ଜୀ, ସୁଶାନ୍ତ,ସନ୍ତୁକ୍ରୀଷ୍ଣା ମୁନା ମାଝୀ, ପ୍ରଦୀପ ଗୌଡ଼,ବାବୁ ଅନିଲ, ବେଣୁଧର ଖୋସଲା, ରାଜୀବ ସେଠି,ତରୁଣ ବାଥ୍ରା, ବିନୋଦ ସାହୁ ଓ ରବି ଦଳେଇଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେଇଥିଲେ। ପଦଯାତ୍ରାରେ ଦଳୀୟ ନେତା ଓ କର୍ମୀମାନେ ଅମ୍ବାଦଳା ସହର ପରିକ୍ରମା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଜନସମ୍ପର୍କ ସ୍ଥାପନ କରିଥିଲେ। ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଏଥିରେ ସାମିଲ ହୋଇଥିବା ବେଳେ ଦଳୀୟ ପତାକା ଓ ସ୍ଲୋଗାନରେ ଅମ୍ବାଦଳା ସହର ମୁଖରିତ ହୋଇଥିଲା।ସାଧାରଣ ଲୋକଙ୍କ ସହ ଦଳର ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ଏହି ଜନସମ୍ପର୍କ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ନେତାମାନେ କହିଥିଲେ।ପଦଯାତ୍ରାକୁ ନେଇ ଅମ୍ବାଦଳାରେ ବିଜେଡିର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ଅବସରରେ ବହୁ ସ୍ଥାନୀୟ ନେତା, ପଦାଧିକାରୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।