କଲ୍ୟାଣ ସିଂହପୁର, ୨୫/୮(ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଲଗାଣ ବର୍ଷାରେ ଫୁଲିଛି ନାଗାବଳୀ ନଦୀ। କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ପାଣି ସ୍ରୋତ ମଧ୍ୟରେ ଫୁଲି ଆସିଛି ନାଗାବଳୀ ନଦୀ। ଯାହା ଫଳରେ ଲୋକେ ଭୟରେ ରହିଥିବା ଜଣା ପଡ଼ିଛି। ଆଜକୁ ପ୍ରାୟ ୯ବର୍ଷ ତଳେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗର୍ଜନ କରି ମାଡି ଆସିଥିଲା ବନ୍ୟା ଜଳ ଆଉ ସୁଷ୍ଟି ହୋଇଥିଲା ଭୟଙ୍କର ବନ୍ୟା ପରିସ୍ଥିତି । କଲ୍ୟାଣ ସିଂହପୁର ସଦର ସମେତ ମାଝିଗୁଡ଼ା ପଞ୍ଚାୟତ ଜିଲୁଣ୍ଡା କତା ଗୁଡ଼ା କୁମ୍ଭାର ଗୁଡ଼ା, ବନ୍ୟାପାଣି ଜଳମଗ୍ନ ହେବା ଯୋଗୁଁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ସହିତ ଲକ୍ଷ ଲକ୍ଷ ଟଙ୍କା ର ଜିନିଷ ପତ୍ର ନଷ୍ଟ ହେବା ସହ ଗାଈ ଗୋରୁ ଛେଳି କୁକୁଡ଼ା ବନ୍ୟାରେ ଭାସି ଯାଇ ଥିଲେ,ଘର ଭିତରକୁ ପାଣିପଶି ଘର ଦୁଆର ମନ୍ଦିର ଭାଙ୍ଗି ଚୁର୍ ମାର ହୋଇ ଯାଇଥିଲା। ଆଜି ପୁଣି ଥରେ ସେଇ ଭୟରେ ଲଗାଣ ବର୍ଷାକୁ ଦେଖି ଜିଲୁଣ୍ଡା ଗ୍ରାମବାସୀ ମାନେ ରାତି ନ ଶୋଇ ଜଗି ବସି ଥିବା କହିଛନ୍ତି। ତିନି ଦିନ ହେଲା ରାତି ଦିନ ଧରି ଲାଗି ରହିଛି ବର୍ଷା ଆଉ ମାଡ଼ି ଆସିଛି କଲ୍ୟାଣୀ ଓ ନାଗାବଳୀ ନଦୀ ଏହାକୁ ଦୁଷ୍ଟି ରେ ରଖି ପ୍ରସାଶନ ପକ୍ଷରୁ ଗ୍ରାମ ବାସୀ ଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଗାଁ ପାଖକୁ ପାଣି ଛୁଇଁ ବାକୁ ଲାଗିବା ଦେଖି ନଦି କୂଳ ପାଖ ଆଖ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହା ସହିତ ଜିଲୁଣ୍ଡା ଗାଁ ରେ କୌଣସି ପ୍ରକାର ଆଶ୍ରୟ ସ୍ଥଳୀ ନଥିବା ଅଭିଯୋଗ କରିଛନ୍ତି,ସନ୍ତୋଷ ତ୍ରିପାଠୀ, ସମେଶ୍ୱର ଦୁଗାମ, ବ୍ରଜ ସୁନ୍ଦର ରଥ, ପଦ୍ମ ଚରଣ ତ୍ରିପାଠୀ, ଉକ୍ତ ବ୍ଲକର ବିଭିନ୍ନ ଜାଗାରେ ଚାଷ ଜମି ଜଳମଗ୍ନ ହୋଇ ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି, ସେହି ପରି ସୁନଖଣ୍ଡି ପଞ୍ଚାୟତ ପୋଲିଗାଁ ରେ ବର୍ଷା ଯୋଗୁଁ ଘର ଭୁଶୁଡ଼ି ଗୋଟିଏ ପରିବାର ର ଛଅ ଜଣ କୁଟୁମ୍ବ ଅଳ୍ପକେ ବଞ୍ଚି ଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଝିପିରି ଝିପିରି ଲାଗି ରହିଥିବା ରୁ ଲୋକେ ଘରୁ ବାହାର କୁ ବାହାରିବା ମୁସ୍କିଲ ହୋଇପଡିଛି। ନାଗାବଳି ନଦୀ ଫୁଲିବାରୁ କୁଳିଆ ଗ୍ରାମ ଗୁଡିକ ଭୟ ଭିତ ଅବସ୍ଥାରେ ରହିଛନ୍ତି ।
Next Post