ହାଇଟେକ୍ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍ ବଣ୍ଟନ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦିନରେ ସହାୟତାରେ ହାତ ବଢାଇଲା ହାଇଟେକ୍

ଭୁବନେଶ୍ଵର, ୨୬/୦୮: ହାଇଟେକ୍ ଗ୍ରୁପ୍ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବନ୍ୟା ପ୍ରପିଡୀତଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି I ଅତ୍ୟାବଶକୀୟ ସାମଗ୍ରୀ ଥିଲା ରିଲିଫ୍ ପ୍ୟାକେଟ୍ ଏହି ଅଞ୍ଚଳରେ ଥିବା ଲୋକଙ୍କୁ ବଣ୍ଟନ କରାଯାଇଥିବା ବେଳେ, ସେମାନଙ୍କ ଏହି ଦୁର୍ଦିନରେ ସାମିଲ୍ ହୋଇଥିଲା ହାଇଟେକ୍ ପରିବାର। ଲଗାଣ ବର୍ଷା ଜନିତ ବନ୍ୟାରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ହଜାର ହଜାର ଲୋକ ପ୍ରଭାବିତ ହେବାସହ ବ୍ୟାପକ ଫସଲ ହାନି ଘଟିଛି, ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି, ଏଭଳି ସମୟରେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଓ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରିଲିଫ୍ ବାଣ୍ଟିବାକୁ ହାଇଟେକ୍ ମେଡିକାଲ୍‌ର ଏକ ଟିମ୍ କର୍ପୋରେଟ ଉପସଭାପତି ମନୋଜ ଦାସଙ୍କ ନେତୃତ୍ୟରେ ପହଞ୍ଚିଥିଲା I ହଜାରେରୁ ଅଧିକ ବନ୍ୟା ପ୍ରପିଡୀତଙ୍କୁ ରିଲିଫ୍ ପ୍ୟାକେଟ ହସ୍ତାନ୍ତର କରିବା ବେଳେ, ସେମାନଙ୍କ ମୁହଁରେ ହସ ଫୁଟିଥିଲା, ଏହି ପ୍ୟାକେଟରେ ପର୍ଯ୍ୟାପ୍ତ ଶୁଖୁଲା ଖାଦ୍ୟ ସାମଗ୍ରୀ ସହ ମହମବତୀ ଏବଂ ଦିଆସିଲି ରହିଥ୍‌ଲା I ଆସନ୍ତାଦିନରେ ମଧ୍ୟ ହାଇଟେକ୍ ଗ୍ରୁପ୍ ପକ୍ଷରୁ ଏଭଳି କାର୍ଯ୍ୟ ହାତକୁ ନିଆଯାଇ ଲୋକଙ୍କ ସହ ସବୁ ସମୟରେ ରହି ସେବା କରିବ ବୋଲି ହାଇଟେକ୍ ଗ୍ରୁପ୍ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି । ଏହି ରିଲିଫ ବଣ୍ଟନ ସମୟରେ ସ୍ଥାନୀୟ ବିଧାୟକ ଧୃବଚରଣ ସାହୁ,ମ୍ୟୁନିସିପାଲଟିର କର୍ମକର୍ତ୍ତା, ସ୍ଥାନୀୟ କାଉନସିଲର ସହଯୋଗ କରିଥିଲେ | ହାଇଟେକ୍ ଗ୍ରୁପ୍‌ର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକ ପ୍ରଶଂସା କରିଥିବା ବେଳେ, ଏହି ରିଲିଫ ବଣ୍ଟନ ଦ୍ଵାରା ଅନେକ ଲୋକ ଉପକୃତ ହୋଇପାରିଥିବା ବିଧାୟକ ଧ୍ରୁବ ସାହୁ କହିଛନ୍ତି । ସେହିପରି ହାଇଟେକ୍ ମେଡିକାଲ୍ କଲେଜ୍‌ ଓ ହସପିଟାଲ୍ ପକ୍ଷରୁ ଗତ ତିନିଦିନ ଧରି ଉଦ୍ରକଜିଲ୍ଲାର ବୋଡକ, ଧୁଷୁରୀ ଓ କରାଡ ବ୍ଲକ୍‌ରେ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର କରାଯାଇ ବନ୍ୟା ପ୍ରପିଡୀତ ପ୍ରାୟ ୮ହଜାରରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକୀୟ ଚିକିତ୍ସା, ରକ୍ତ ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଇଥିଲା I ଏହି ସ୍ୱାସ୍ଥ୍ୟ ଶିବିରରେ ହାଇଟେକ୍ ମେଡିକାଲ୍‌ର ବରିଷ୍ଠ ଚିକିତ୍ସକ, ଫାର୍ମାସି ଟିମ୍ ଓ ନସିଂ ଟିମ୍ ସାମିଲ୍ ଥିଲେ | ହାଇଟେକ୍ ସିଓଓ ଜ୍ୟୋର୍ତୀମୟ ପଣ୍ଡା ଏବଂ କର୍ପୋରେଟ ଉପସଭାପତି ମନୋଜ ଦାସ ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ।