ନେପାଳ ବନ୍ୟାରେ ଓଡ଼ିଆ ଦମ୍ପତ୍ତି ନିଖୋଜ

ମିଳୁନି ଖୋଜଖବର

ଭୁବନେଶ୍ୱର, ୨୭/୦୮: ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଶତାଧିକ ଭାରତୀୟ ପର୍ଯ୍ୟଟକ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ଥିଲେ ଓଡିଆ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ନିଖୋଜ ଅଛନ୍ତି।

ନେପାଳର ରସୁୱାରେ ପ୍ରଳୟଙ୍କରୀ ବନ୍ୟାରେ ଏହା ଓଡ଼ିଆ ଦମ୍ପତ୍ତି ନିଖୋଜ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର ୨ ଜଣ ନିଖୋଜ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେମାନେ ହେଉଛନ୍ତି ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ।

ତେବେ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେବା ଓ ନେବା ପାଇଁ ଜରୁରୀ ନମ୍ୱର ଜାରି କରାଯାଇଛି। ଜରୁରୀ ନଂ ହେଲା:- ୦୧୧-୨୩୦୧୨୮୦୭/୭୪୨୮୧୩୫୦୪୪/୮୫୨୭୫୮୦୨୪୫।

ଓଡ଼ିଶା ପରିବାର ନୋଡାଲ ଅଧିକାରୀ ପ୍ରିତିଶ ପଣ୍ଡା ସ୍ୱତନ୍ତ୍ର ଭାବେ ନିୟୋଜିତ ଅଛନ୍ତି। ନୂଆଦିଲ୍ଲୀ ଓଡ଼ିଶା ନିବାସରେ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।