ରାଉରକେଲା, ୨୭/୦୮: ବିଜେପିରୁ ନିଲମ୍ବିତ ଯୁବ ନେତା ପ୍ରକାଶ ପାଶୱାନ ଗିରଫ। ବିହାର ସମସ୍ତୀପୁରରୁ ପ୍ରକାଶ ପାଶଓ୍ୱାନଙ୍କୁ ଗିରଫ କରାଯାଇଛି। ଗତ ଅଗଷ୍ଟ ୧୪ ତାରିଖରୁ ନିଖୋଜ ଥିଲେ ପ୍ରକାଶ ପାଶଓ୍ୱାନ।
ଆଜି ସକାଳ ୯ଟା ସୁଦ୍ଧା ପୋଲିସ ବିହାରରେ ପହଞ୍ଚି ଗିରଫ କରିଥିବା ସୂଚନା ମିଳିଛି। ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଶଓ୍ୱାନଙ୍କୁ ଓଡ଼ିଶା ଆଣିବାକୁ ପ୍ରସ୍ତୁତି ଚଳାଇଛି। ପାନପୋଷ ସର୍କିଟ ହାଉସ୍ ବୁକିଂ ଓ ବନ୍ଧୁକ ଜବତ ହେବା ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରକାଶ। ଏହି ଘଟଣା ଜଣାପଡ଼ିବା ପରେ ତାଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା।