ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁରେ ଅନଲାଇନ ଠକେଇ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁ ରେ ଅନଲାଇନ ଠକେଇ ଘଟଣା ନେଇ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେକ୍ ୱେବ୍ ସାଇଟ୍ ଖୋଲି ଠକେଇ କରିଥିବା ଅଭିଯୁକ୍ତ ପ୍ରମୋଦ ଶାହାର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଛି।

ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଏନେଇ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେବା ଠିକ୍ ହେବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ପକ୍ଷରୁ ଖୁବଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାକୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।